କ୍ରୀଡ଼ା

‘ଜିନ୍ଦଲ ଆଶା’ ପାଳିଲା ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ

By Biswaranjan Pattnaik

November 28, 2024

ଅନୁଗୁଳ: ଦିବ୍ୟାଙ୍ଗ ପିଲାମାନଙ୍କ ସଶକ୍ତିକରଣ ତଥା ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଜିନ୍ଦଲ ଫାଉଣ୍ଡେସନର ଅଭିନ୍ନ ଅଙ୍ଗ ‘ଜିନ୍ଦଲ ଆଶା’, ଅନୁଗୁଳ ପକ୍ଷରୁ ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୬ ଓ ୨୭ ନଭେମ୍ବର ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ଛାତ୍ରଛାତ୍ରମାନଙ୍କର ସ୍ଥିରତା, ନିଷ୍ଠା, ଦକ୍ଷତା ଏବଂ ପ୍ରତିଭା, ଦେଖିବାକୁ ମିଳିଥିଲା।

ପ୍ରତିଯୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର କ୍ରୀଡା ଓ କୌଶଳ ପ୍ରସ୍ତୁତ କରାଯାଇଥିଲା। ସେମାନଙ୍କ ପାଇଁ ଦୌଡ଼ ପ୍ରତିଯୋଗିତା, ବଲ ବଦଳ ପ୍ରତିଯୋଗିତା , ସଟଫୁଟ ଏବଂ ମ୍ୟୁଜିକାଲ୍ ଚେୟାର ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ସମାରୋହରେ ଜିନ୍ଦଲ ଫାଉଣ୍ଡେସନର ଅନୁଗୁଳ ସିଏସଆର ମୁଖ୍ୟ ଜୟନ୍ତ କୁମାର ମହାନ୍ତି ଏକ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ।

ଏହି କ୍ରୀଡା ଉତ୍ସବରେ ପିତାମାତା, ଥେରାପିଷ୍ଟ ଏବଂ ସହାୟକ କର୍ମଚାରୀମାନେ ସାମିଲ ହୋଇ ବାତାବରଣକୁ ଆହୁରି ଉତ୍ସବମୁଖର କରିଦେଇଥିଲେ।ଉଦଯାପନୀ ଉତ୍ସବରେ ଜିନ୍ଦଲ ମହିଳା ସମିତିରୁ ସୀମା ମଲହାନ ଏବଂ ଅନୀତା ମିତ୍ତଲ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।