ମୁଖ୍ୟ ଖବର

୧୬ ଶିଳ୍ପ ପ୍ରକଳ୍ପକୁ ୪୧୮୩ କୋଟି ଟଙ୍କାର ମଞ୍ଜୁରୀ

By Biswaranjan Pattnaik

January 01, 2023

ଅନୁଗୁଳ: ରାଜ୍ୟ ସରକାରଙ୍କ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି ନିକଟରେ ୧୬ ଗୋଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୪୧୮୩ କୋଟି ଟଙ୍କା ଏଥିରେ ବିନିଯୋଗ ହେବ। ୧୩ ହଜାରରୁ ଅଧିକ ଲୋକ ଏହି ସବୁ ପ୍ରକଳ୍ପ ଗୁଡିକରେ ନିଯୁକ୍ତି ପାଇବେ।ଖୋର୍ଦ୍ଧା,ପୁରୀ,କୋରାପୁଟ,କଟକ ଭଦ୍ରକ,ଧାମରା,ମୟୁରଭଞ୍ଜ,ଅନୁଗୁଳ ଆଦି ଜିଲ୍ଲାରେ ଏହି ସବୁ ପ୍ରକଳ୍ପ ଖୋଲାଯିବ। ଏହି ପ୍ରକଳ୍ପ ମଧ୍ୟରେ ଡାଉନଷ୍ଟ୍ରୀମ ଶିଳ୍ପ,ଟେକ୍ସଟାଇଲ ଶିଳ୍ପ,ପେପର ଓ ଜଙ୍ଗଲ ଜାତ ଦ୍ରବ୍ୟ,ଖାଦ୍ୟ ପ୍ରକ୍ରିୟାକରଣ ଓ ସିମେଣ୍ଟ କାରଖାନା ଆଦି ସ୍ଥାପିତ ହେବ ଅନୁଗୁଳ ଜିଲ୍ଲାରେ ୯୫୫ କୋଟି ଟଙ୍କା ବ୍ୟୟରେ ଜିନ୍ଦଲ ପାନ୍ଥର ସିମେଣ୍ଟ ଲିମିଟେଡ଼ ପ୍ରକଳ୍ପ ପ୍ରତିଷ୍ଠିତ ହେବ ।