ଅନ୍ୟାନ୍ୟ

ଜିନ୍ଦଲ ଷ୍ଟିଲ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

By Angul TV Bureau

March 13, 2026

ଅନୁଗୁଳ: ଜିନ୍ଦଲ ଷ୍ଟିଲ ପକ୍ଷରୁ ୫୫ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜିନ୍ଦଲ ନଗରର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଡିଭିଜନର କାରଖାନା ଏବଂ ବଏଲର୍ସର ଉପନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପି.କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇରନ୍ ଜୋନ୍) ଦାମୋଦର ମିତ୍ତଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସଏମଏସ୍ ଓ ମିଲ୍ସ) ହୃଦୟେଶ୍ୱର ଝା, ଏଭିପି – ମୁଖ୍ୟ ସୁରକ୍ଷା ଏବଂ ଇଏମଡି; ଜିତେନ୍ଦ୍ର ପରିଡା ଏବଂ ଯୋଗ ଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସେହିପରି ପ୍ଲାଣ୍ଟର ସମସ୍ତ ବିଭାଗ ମୁଖ୍ୟ, କର୍ମଚାରୀ ଏବଂ ବ୍ୟାବସାୟିକ ସହଯୋଗୀ ଯୋଗ ଦେଇଥିଲେ। ସୁରକ୍ଷା ଅଭ୍ୟାସ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପଥପ୍ରାନ୍ତ ନାଟକ, ସୁରକ୍ଷା ରଥ ପରିକ୍ରମା, ସୁରକ୍ଷା ଆଲୋଚନା, ସୁରକ୍ଷା ସଚେତନତା ଷ୍ଟଲ୍ ସ୍ଥାପନ ସହ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ ବିଜୟୀ କର୍ମଚାରୀ ଓ କର୍ମବୀରଙ୍କୁ ପୁରସ୍କୃତ କରାଯାଇଥିଲା। ଭୂମି ପାୱାର ପ୍ଲାଣ୍ଟ (ଏସବିପିପି)ରେ ମଧ୍ୟ ବେଶ ଉତ୍ସାହର ସହ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା।