ମୁଖ୍ୟ ଖବର

ଆଇସିକ୍ୟୁସିସି-୨୨ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ୫ଟି ପ୍ରକଳ୍ପକୁ ଇଣ୍ଡୋନେସିଆରେ ସ୍ୱର୍ଣ୍ଣପଦକ

By Angul TV Bureau

November 22, 2022

ଅନୁଗୁଳ: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ କନଭେନସନ ଅନ୍ କ୍ବାଲିଟି କଣ୍ଟ୍ରୋଲ ସର୍କଲସ-୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି। ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଜେଏସପିର ଅନୁଗୁଳ ପ୍ରକଳ୍ପରୁ ୪ ଗୋଟି ଏବଂ ଟେନଶାର ଏକ ଦଳ ଅଂଶ ଗ୍ରହଣ କରି ବିଭିନ୍ନ ବର୍ଗରେ ୫ ଗୋଟି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି।

ଆଇସିକ୍ୟୁସିସି ହେଉଛି କ୍ଵାଲିଟି କଣ୍ଟ୍ରୋଲ ସର୍କଲସ କ୍ଷେତ୍ରରେ ସମଗ୍ର ବିଶ୍ବର ଗ୍ରହଣୀୟ ମାନ୍ୟତା।ଏହି କନଭେନସନରେ ସମଗ୍ର ୧୪ଟି ରାଷ୍ଟ୍ରରୁ ୭୫୭ ଜଣ ଇଞ୍ଜିନିୟର ଅଂଶ ଗ୍ରହଣ କରି ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ।

ଏଥିସହ ଜେଏସପିରେ କାର୍ଯ୍ୟରତ ଏଭିପି ଏବଂ ମୁଖ୍ୟ (ଟିପିଏମ୍) ଭୁବନ ପ୍ରତାପ, କେନ୍ଦ୍ରୀୟ ଟିକ୍ୟୁଏମ୍, ଶକ୍ତି ପରିଚାଳନା, ଆଇସିକ୍ୟୁସିସି ପାଇଁ ସାର୍ଟିଫାୟାଡ ବିଚାରକର୍ତ୍ତାଭାବେ ସ୍ବୀକୃତି ଲାଭ କରିଛନ୍ତି।