ଅନ୍ୟାନ୍ୟ

ପାରିପରାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

February 19, 2023

ଅନୁଗୁଳ: ଆଜି ବଅଁରପାଳ ବ୍ଲକ ଜରଡା ପଞ୍ଚାୟତର ପାରିପରା ଗାଁ ସ୍ଥିତ ଆମ ଗାଁ ଆମ ଜୀବନ ବିନ୍ଦୁ ଗୃହରେ ରେଡିୟମ ୟୁଥ କ୍ଲବ୍ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି, ଶିବିରରେ ମୋଟ୍ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଶିବିରରେ ମୁଖ୍ୟ ଅତିଥି ଭାବେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସାମିଲ ହୋଇ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ୨୫ ନଂ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ପ୍ରଧାନ, କଞ୍ଜରା ସରପଞ୍ଚ ଧର୍ମେନ୍ଦ୍ର ପ୍ରଧାନ, ଜରଡା ସରପଞ୍ଚ ରତ୍ନାକର ଦାସ, ସମିତି ସଭ୍ୟ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରେଡିୟମ ୟୁଥ କ୍ଲବର ସଭାପତି କ୍ଷୀରୋଦ କୁମାର ବେହେରା, ସମ୍ପାଦକ ମହେନ୍ଦ୍ର ଘଡ଼େଇ, ରେଡିୟମ ୟୁଥ୍ କ୍ଲବର ସଦସ୍ୟ ଦିବ୍ୟଲୋଚନ ସାହୁ, ସୁମନ୍ତ ଦଳ, ଚିନ୍ତାମଣି ବେହେରା, ସୁଦାମ ବାରିକ, ଦୈତ୍ୟାରି ବେହେରା, ମନୋଜ ସାହୁ, ବାବୁଲି ବେହେରା ତଥା କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିବା ସହିତ ରକ୍ତଦାନ କରିଥିଲେ।