ଅନ୍ୟାନ୍ୟ

ଅଗଷ୍ଟ କ୍ରାନ୍ତି ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୨ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

August 10, 2023

ଅନୁଗୁଳ: ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବୁଧବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଠାରେ ତୁରଙ୍ଗ ଗ୍ରାମ୍ୟ କମିଟି ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

ଏହି ଶିବିରକୁ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଶୁଭାରମ୍ଭ କରିଥିବା ବେଳେ ବସୁଧା ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ଟ୍ରକ ମାଲିକ ସଂଘର ସମ୍ପାଦକ ସନ୍ତୋଷ କୁମାର ଦାସ, ଉପ ସଭାପତି ମୁନା ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବରୁଣ କୁମାର ସାହୁ, ପୂର୍ବତନ ବଅଁରପାଳ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡନାୟକ, ତୁରଙ୍ଗ ପଞ୍ଚାୟତ ସରପଞ୍ଚ ସମରେନ୍ଦ୍ର ଦେହୁରି, ସମିତି ସଭ୍ୟ ସରୋଜ ପଣ୍ଡା, ତୁରଙ୍ଗ ଗ୍ରାମର ବରିଷ୍ଠ ନାଗରିକ ବ୍ରଜବନ୍ଧୁ ସାହୁ ଓ ଛବି ନାରାୟଣ ସାହୁ ପରିଚାଳନା କରିଥିଲେ।