ଅନଗୁଳ: ଜବାହର ନବୋଦୟ ବିଦ୍ୟାଳୟ, ଅନୁଗୁଳର ପୂର୍ବ ଛାତ୍ର ସମ୍ମିଳନୀ ୨୦୨୫ ଗତ ୨୮ ତାରିଖରେ ଆୟୋଜିତ ହୋଇଥିଲା ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ଼ା ଋଷିକାନ୍ତ ମହାନ୍ତ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାର ପ୍ରଫେସର ସଚ୍ଚିଦାନନ୍ଦ ନାୟକ ଏବଂ ଆଇଏନଜି ବ୍ୟାଙ୍କ, ଅମଷ୍ଟରଡ୍ୟାମର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଶ୍ୱଜିତ୍ ପାଣି ଅତିଥି ରୂପେ ଯୋଗ ଦେଇଥିଲେ।
ଅତିଥି ମାନେ ଆଲୋଚନାରେ ପୂର୍ବ ଛାତ୍ର ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ସହ ସାମାଜିକ ଦାୟିତ୍ୱବୋଧ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ। ଜେଏନ୍ଭି ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ, ସଂଘ ସଭାପତି ସୌମ୍ୟରଞ୍ଜନ ସାହୁ ଏବଂ ସମ୍ପାଦକ ଜୟକୃଷ୍ଣ ନାଥ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।
ସମାରୋହରେ ୧୧୦ ଜଣ ପୂର୍ବ ଛାତ୍ର ଯୋଗ ଦେଇଥିଲେ। ସଂଘର ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ରୂପେ ଜୟଶ୍ରୀ ମହାନ୍ତି,ଉପସଭାପତି ଜ୍ୟୋତିରଂଜନ ଦାସ,ସାଧାରଣ ସମ୍ପାଦକ ସିଲ୍ଭି ସିତେଲ ମାଝୀ,ଯୁଗ୍ମ ସମ୍ପାଦକ ଅଙ୍କିତ ରୋଷନ ପ୍ରଧାନ,କୋଷାଧ୍ୟକ୍ଷ ରୂପେ ତପନ ଓଝା,ସହ କୋଷାଧ୍ୟକ୍ଷ ରୂପେ ଆଶୁତୋଷ ପ୍ରଧାନ ମନୋନୀତ ହୋଇଥିଲେ। ଶେଷରେ ପୂର୍ବ ଛାତ୍ର ଓ ଜେଏନ୍ଭି ଛାତ୍ର ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।