ଅନ୍ୟାନ୍ୟ

ଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

By Angul TV Bureau

October 16, 2025

ଅନୁଗୁଳ: ବୁଧବାର ଅନୁଗୋଳ ସହରରେ ଗଜଲକ୍ଷ୍ମୀ ପୂଜା ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଉଭୟ ପୋଲିସ ଓ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଯାଞ୍ଚ କରାଯାଉଥିବା ଦେଖାଯାଇଛି। ମୁଖ୍ୟତଃ ଏହି ଭଷାଣି ଉତ୍ସବ ସମୟରେ ଗାଡି ଚାଳକ ମାନେ ମଦ୍ୟପାନ କରି ଗାଡି ଚଳାଉଥିବା କାରଣରୁ ଅନେକ ସମୟରେ ଦୁର୍ଘଟଣା ହେଉଥିବା ଦେଖାଯାଇଛି।

ଏହି କାରଣରୁ ମଦ୍ୟପାନ କରି ଗାଡି ଚାଳନା ରୋକିବା ଏବଂ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ଲକ୍ଷ୍ମୀ ପୂଜା ବିସର୍ଜନ କରିବା ପାଇଁ ଆରଟିଓ ଏବଂ ଅନୁଗୁଳ ଟାଉନ୍ ପୋଲିସ ଦ୍ୱାରା ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ କଡ଼ା ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।