ମୁଖ୍ୟ ଖବର

ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

By Angul TV Bureau

July 30, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ସମେତ ବିଭିନ୍ନବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅଗଷ୍ଟମାସ ୧ ତାରିଖ(ସୋମବାର) ୧୦ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ୮ତାରିଖ(ସୋମବାର) ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ,୧୬ ତାରିଖ(ମଙ୍ଗଳବାର) ଜିଲ୍ଲା କାର୍ଯ୍ୟାଳୟ, ୨୨ ତାରିଖ(ସୋମବାର) କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଏବଂ ୨୯ ତାରିଖ(ସୋମବାର) ଜିଲ୍ଲାକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ପ୍ରସାଶନ ତରଫରୁ ସୂଚନା ଦିଆଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଓ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଇ ଦିଆଯାଉଛି।