ମୁଖ୍ୟ ଖବର

ଛେଣ୍ଡିପଦାରେ ମିଳିତ ଜନ ଶୁଣାଣି ଶିବିର: ଦିବ୍ୟାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଯାତାୟାତ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ପ୍ରଦାନ

By Angul TV Bureau

May 29, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଳକ୍ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୯୨ଟି ଅଭିଯୋଗରୁ ୭୬ଟି ବ୍ୟକ୍ତିଗତ ଓ ୧୬ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏଥିସହ ଦାଖଲ ହୋଇଥିବା ୯୨ଟି ଅଭିଯୋଗ ମଧ୍ୟରୁ ୨୦ଟିର ତୁରନ୍ତ ଫଇସଲା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଜଣେ ଦିବ୍ୟାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଯାତାୟାତ ଖର୍ଚ୍ଚ ବାବଦରେ ଚେକ୍ ଆକାରରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ଜମିଜମା ବିବାଦ, ରାସ୍ତା ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ପାନୀୟ ଜଳଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଛେଣ୍ଡିପଦା ତହସିଲଦାର ମାନସ ରଞ୍ଜନ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।