ମୁଖ୍ୟ ଖବର

ଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ନିଜ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ

By Angul TV Bureau

December 02, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଡିସେମ୍ବର ୪ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ତାଳଚେର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୧ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟ, ୧୮ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଓ ୨୬ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଇ ଦିଆଯାଉଛି।