ମୁଖ୍ୟ ଖବର

ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର; ଜାଣନ୍ତୁ କେବେ କେଉଁଠି କରିପାରିବେ ଅଭିଯୋଗ

By Angul TV Bureau

June 29, 2024

ଅନୁଗୁଳ: ଆସନ୍ତା ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କର ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଡ.ଉମାଶଙ୍କର ଦାଶଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ମାସ ୧ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ସମୟରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ କିଶୋରନଗର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୮ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, ୧୫ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡା ବ୍ଲକ କାର୍ଯ୍ୟାଳୟ, ୨୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ, ୨୯ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ସେହିପରି ଅଗଷ୍ଟ ମାସ ୫ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ୧୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କଣିହାଁ ବ୍ଲକ କାର୍ଯ୍ୟାଳୟ, ୨୦ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ କିଶୋରନଗର ବ୍ଲକ କାର୍ଯ୍ୟାଳୟ, ୨୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ସେହିପରି ସେପ୍ଟେମ୍ବର ମାସ ୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟ, ୯ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ, ୧୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ, ୨୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ୩୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କଣିହାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଯାଇଛି। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଜିଲ୍ଲା କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।