ମୁଖ୍ୟ ଖବର

ଏଣିକି ସ୍କୁଲ ଭିତରକୁ କ୍ୟାମେରା ନେଇ ଯାଇ ପାରିବେନି ସାମ୍ବାଦିକ, ରୋକ୍ ଲଗାଇଲେ ରାଜ୍ୟ ସରକାର

By Angul TV Bureau

July 10, 2022

ଭୁବନେଶ୍ୱର: ଏଣିକି ଆଉ କ୍ୟାମେରା ନେଇ ସ୍କୁଲ ଭିତରକୁ ପଶିପାରିବେନି ଗଣମାଧ୍ୟମ ପ୍ରତିନିଧି। ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଆଉ ଯଦି କେହି ଏହି ନିୟମ ଉଲ୍ଲଂଘନ କରି ପଶିବାକୁ ଚେଷ୍ଟା କରି ତେବେ ତାଙ୍କ ନାଁରେ ରୁଜୁ ହେବ ମାମଲା। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ବିଇଓଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଏହାକୁ ସମସ୍ତ ବିଦ୍ୟାଳୟ ପାଳନ କରିବାକୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ନିକଟରେ ଢେଙ୍କାନାଳର ଏକ ସ୍କୁଲର ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି କିଛି ପ୍ରଶ୍ନ ପଚାରିଥିଲେ। କିନ୍ତୁ ସ୍କୁଲର ଶିକ୍ଷକ ଅତି ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ପାରିନଥିବା ବେଳେ ଛାତ୍ରଛାତ୍ରୀ ଉତ୍ତର ଦେଇଥିଲେ। ଏହାପରେ ପିଲାଙ୍କୁ ପାଠ ପଢାଉଥିବା ଶିକ୍ଷକଙ୍କର ଯୋଗ୍ୟତା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ଫଳରେ ରାଜ୍ୟ ସରକାର ହଠାତ ଏପରି ଏକ ଅଙ୍କୁଶ ଲଗାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।