ଅନୁଗୁଳ : ସ୍ଥାନୀୟ ତୁରଙ୍ଗ ନିବାସୀ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଶୁକ୍ରବାର ଅପରାହ୍ନରେ ନିଜ ବାସ ଗୃହରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସୁଜନ ନାୟକ (୮୪)।
ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକଜନିତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ରହୁଥିଲେ। ମୃତକ ଶ୍ରୀ ନାଏକ ସାମ୍ବାଦିକ ବନମାଳୀ ନାଏକଙ୍କ ବାପା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଅପୂର୍ବ ନାଏକ, ପୁଅ ଅକ୍ଷୟ ନାଏକ,ସଂଜୀବ ନାଏକ, ତିନି ବୋହୂ, ଦୁଇ ଝିଅ ଜ୍ୱାଇଁ ଓ ନାତି ନାତୁଣୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଛବି ନାରାୟଣ ସାହୁ, ସ୍ୱତନ୍ତ୍ର ପିପି ଆଇନଜୀବୀ ମଦନ ମହୋନ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ଚନ୍ଦ୍ର ନାଏକ, ବହୁ ସାମ୍ବାଦିକ ବନ୍ଧୁ ଶୋକ ସନ୍ତପ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ବରିଷ୍ଠ ବିଜେପି ନେତା ପ୍ରକାଶ ଚନ୍ଦ୍ର ମଙ୍ଗରାଜ ଫୋନ ମାଧ୍ୟମରେ ଶୋକ ବ୍ୟକ୍ତ କରି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଗାଁ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।