ଅନ୍ୟାନ୍ୟ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାକୁ ୨ ଲକ୍ଷରୁ ୧୦ ଲକ୍ଷ କରିବାକୁ ସାମ୍ବାଦିକ ସଂଘର ଦାବି

By Angul TV Bureau

December 30, 2022

ଅନୁଗୁଳ: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଯେ)ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଦାବି କରିଛନ୍ତି। ସ୍ଥାନୀୟ ନାଲକୋ ନଗରର ଚାଣକ୍ୟ ହଲ ଠାରେ ଆୟୋଜିତ ବୈଠକରେ ସେ କହିଛନ୍ତି ଯେ ସାମ୍ବାଦିକଙ୍କୁ ମାସିକ ୧୫ ହଜାର ଟଙ୍କା ପେନସନ, ସ୍ୱତନ୍ତ୍ର ସୁରକ୍ଷା ଆଇନ, ମୃତ୍ୟୁକାଳୀନ ସହାୟତା ୪ ଲକ୍ଷକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।

ଏ ଅବସରରେ ଅନୁଗୁଳ ଜିଲ୍ଲା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବିରଜା ଶଙ୍କର ମିଶ୍ର, ଉପ ସଭାପତି ଭାବେ ପ୍ରତାପ ବିଶ୍ୱାଳ,ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ପାଣି, ସହ ସମ୍ପାଦକ ଭାବେ ବନମାଳୀ ନାଏକ ଓ ରବୀନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଭାବେ ସୟଦ ଜୁଲଫିକର, ସଂଗଠକ ସମ୍ପାଦକ ଭାବେ ସୋଭାଗ୍ୟ ମହାରଣା, ମୁଖ୍ୟ ଉପଦେଷ୍ଟା ଭାବେ ଦ୍ୱାରିକା ପ୍ରସାଦ ନନ୍ଦ, ଜିଲ୍ଲା ପରାମର୍ଶ ଦାତା କମିଟି ସଦସ୍ୟ ଭାବେ ଗୋପାଳ ନାଥ, ହିମାଂଶୁ ଗଡ଼ନାୟକ, ଅଶୋକ କୁମାର ଜେନା, ସଞ୍ଜୟ ବିଶୋଇ, ସୁବ୍ରତ ତ୍ରିପାଠୀ, ସୁସୁଶ୍ରୀ ପାତ୍ର ପ୍ରମୁଖଙ୍କ ଚୟନ କରାଯାଇଥିଲା।

ଏହି ବୈଠକରେ ସଂଘର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ସଂପାଦକ ଶଶାଙ୍କ ଶେଖର ଝାଙ୍କର, ରାଜ୍ୟ ଉପ ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ କିଶୋର ଜିତ, ବିରଜା ମିଶ୍ର ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାରୁ ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଏହି ବୈଠକରେ ଯୋଗ ଦେଇଥିଲେ।