ମୁଖ୍ୟ ଖବର

ଅନୁଗୁଳରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲୁଛି ଜେଏସପି: ସରିଲା ଭୂମିପୂଜନ, ଦେଢ଼ ବର୍ଷ ଭିତରେ ହେବ କାର୍ଯ୍ୟକ୍ଷମ

By Angul TV Bureau

January 27, 2023

ଅନୁଗୁଳ : ଖୁବଶୀଘ୍ର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜିନ୍ଦଲ ନଗରରେ ଖୋଲିବାକୁ ଯାଉଛି ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଆଗେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜିଲ୍ଲାବାସୀଙ୍କୁ ଏହି ହସ୍ପିଟାଲ ଭେଟି ଦେଇଛି। ଗୁରୁବାର ହସ୍ପିଟାଲର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ସାଲୁ ଜିନ୍ଦଲ ଭୂମି ପୂଜା କରିଥିଲେ। ଏହି ହସ୍ପିଟାଲର ନିର୍ମାଣ କାମ ଦେଢ଼ ବର୍ଷ ମଧ୍ୟରେ ସରିବ। ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବ ବୋଲି ଜଣାଯାଇଛି। ହସ୍ପିଟାଲରେ ଉନ୍ନତ ଚିକିତ୍ସା ସାଙ୍ଗକୁ ସମସ୍ତ ଔଷଧ ଉପଲବ୍ଧ କରାଯିବ। ଜିନ୍ଦଲର ପାରିପାର୍ଶିକ ଗାଁର ଲୋକ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ଜେଏସପିର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଉପସ୍ଥିତ ଥିଲେ।