ଅନ୍ୟାନ୍ୟ

ଜେଏସପି ଫାଉଣ୍ଡେସନର ଯଶସ୍ୱୀ ଦ୍ବାରା ବାଳିକା ଦକ୍ଷତା ବିକାଶ

By Angul TV Bureau

October 21, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପୋୱୋର(ଜେଏସପି)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଭାବେ କୋର୍ଯ୍ୟ କରୁଥିବା ଜେଏସ୍ପି ଫୋଉଣ୍ଡେସନ ଦ୍ବାରା ପ୍ରତିଭା ସମ୍ପନ୍ନ ବାଳିକା ଓ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଆରମ୍ଭ କରାଯାଇଥିବା ଯଶସ୍ୱୀ ଯୋଜନା ମାଧ୍ୟମରେ ଓଡିଶା, ଛତିଶଗଡ଼ ଏବଂ ଝାଡଖଣ୍ଡ ରାଜ୍ୟର ଅନେକ ବାଳିକା ଓ ମହିଳା ଉପକୃତ ହୋଇ ପାରିଛନ୍ତି। ଆର୍ଥିକ ଦୃଷ୍ଟି କୋଣରୁ ଅନଗ୍ରସର ଓ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇ ରହିଥିବା ଅନେକ ମେଧାବୀ ମହିଳା ଓ ବାଳିକାମାନେ ଆଜି ଏହି ଯଶସ୍ୱୀ ମେଧାବୃତ୍ତି ସହ ନିଜକୁ ଜଡିତ କରି ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚିବାରେ ପ୍ରୟାସ ଜାରି ରଖିଛନ୍ତି।

ଶିକ୍ଷା ଓ କୌଶଳ ବିକାଶ ଉପରେ ଆଧାରିତ ଯୋଜନା ଯଶସ୍ୱୀ ମାଧ୍ୟମରେ ଛାତ୍ରବୃତ୍ତି ପାଇବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ, ବୟଷ ୧୬ ରୁ ୩୦ ମଧ୍ୟରେ ହୋଇଥିବା ଆବଶ୍ୟକ। ଏଥି ସମ୍ବନ୍ଧରେ ଅଧିକ ବିବରଣୀ ଆଶାୟୀ ମହିଳା ଓ ବାଳିକାମାନେ ଜେଏସପି ଫୋଉଣ୍ଡେସନର ୱେବସାଇଟ https://jsplfoundation.com/education.htmlରେ ପାଇ ପାରିବେ। ଯେଉଁ ବାଳିକା ଓ ମହିଳାମାନେ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ସହିତ ଦଶମ ଶ୍ରେଣୀରେ ସର୍ବନିମ୍ନ ଶତକଡ଼ା ୬୦ ପ୍ରତିଶତ ନମ୍ବର ରଖିଥିବେ, ସ୍ନାତକ କିମ୍ବା ସ୍ନୋତକୋତ୍ତର ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନେ ପୂର୍ବବର୍ଷ ପରୀକ୍ଷାରେ ଯଦି ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖିଥିବେ, ମେଡିକାଲ କିମ୍ବା ଇଞ୍ଜିନିଅରିଂ ପଢୁଥିବା ଛାତ୍ରୀମାନେ ଏଣ୍ଟ୍ରୋନ୍ସ ପରୀକ୍ଷାରେ ସଫଳତା ପାଇଥିବେ ସେହିମାନେ ଏହି ଯଶସ୍ବୀ ଯୋଜନା ଦ୍ବାରା ଉପକୃତ ହୋଇପାରିବେ।

ଏଥି ସହିତ ଯେଉଁ ବାଳିକା ଓ ମହିଳାମାନେ ଦଶମ ଶ୍ରେଣୀରେ ଅନ୍ୟୁନ ୫୦ ପ୍ରତିଶତ ମ୍ବର ରଖି ପାସ ହୋଇଥିବେ, ସେମାନେ କୌଶଳ ବିକାଶ ମେଧାବୃତ୍ତି ପାଇବା ପାଇଁ ଆବେଦନ କରିପାରିବେ। ଚଳିତ ବର୍ଷ ଏହି ଯଶସ୍ବୀ ଯୋଜନା ମେଧାବୃତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୩୦ ତାରିଖ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ପରିବାର ମୁଖ୍ୟଙ୍କ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ୍ ହୋଇଥିବ। ସରକାରୀ ନିର୍ଦ୍ଧାରିତ ବିଭାଗରୁ ଆୟ ପ୍ରମାଣପତ୍ର ଓ ଯେଉଁଠି ଶିକ୍ଷା ପାଉଛନ୍ତି ତାର ପ୍ରମାଣପତ୍ର, ନିର୍ଦ୍ଧାରିତ ଫି ବାବଦରେ ସୂଚନା ଓ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ। ଆବେଦନକାରୀ କେବଳ ଗୋଟିଏ କୋର୍ସ ପାଇଁ ଆବେଦନ କରିପାରିବେ। ନିଜ ଅଫିଡେଭିଟ ଜରିଆରେ ଅନ୍ୟ କୌଣସି ସୂତ୍ରରୁ ଛାତ୍ର ବୃତ୍ତି ପାଉନଥିବା ନେଇ ଘୋଷଣା କରିବା ଜରୁରୀ ହୋଇଥାଏ।