ଅନ୍ୟାନ୍ୟ

ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଭକ୍ତିଭାବରେ ପାଳିତ ହେଲା ବିଶ୍ୱକର୍ମା ପୂଜା

By Angul TV Bureau

September 18, 2025

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ର ଅନୁଗୁଳ ପ୍ଲାଣ୍ଟ ପରିସରରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ପବିତ୍ରତାର ସହ ପାଳିତ ହୋଇଯାଇଛି। ଏଥିରେ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ସମ୍ପ୍ରଦାୟର ଲୋକେ ଅଂଶଗ୍ରହଣ କରିଥିଲେ। ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମାଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ପ୍ରମୁଖଙ୍କ ନେତୃତ୍ୱରେ ପ୍ଲେଟ୍ ମିଲ୍‌ରେ ବୈଦିକ ନୀତିରେ ପୂଜା କରାଯାଇ ସମସ୍ତଙ୍କ ସୁରକ୍ଷା ଓ ରାଷ୍ଟ୍ରର ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ୨୯ ଜଣ କର୍ମଚାରୀଙ୍କୁ ଜିନ୍ଦଲ ବିଶ୍ୱକର୍ମା ସମ୍ମାନ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୧୧ ଜଣଙ୍କୁ ବିଶ୍ୱକର୍ମା ରତ୍ନ, ୯ ଜଣଙ୍କୁ ସୁରକ୍ଷା ଚାମ୍ପିଅନ ଓ ୯ ଜଣଙ୍କୁ ଶୃଙ୍ଖଳା ପୁରସ୍କାର ମିଳିଥିଲା।

ଜଗନ୍ନାଥ ମନ୍ଦିର ଓ ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟର୍‌ରେ ମଧ୍ୟ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ମାନବ ସମ୍ବଳ ଅଧିକାରୀ ଦିଲୀପ କୁମାର ସିହ୍ନାଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସୁବ୍ୟବସ୍ଥିତ ହୋଇଥିଲା।