ଅନ୍ୟାନ୍ୟ

ଜେଏସପିଏଲ ଫାଉଣ୍ଡେସନ୍ର ବିଶ୍ବ ଏଡଓ ଦିବସ

By Angul TV Bureau

December 02, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ) ଫାଉଣ୍ଡେସନ ପକ୍ଷରୁ ବୁଧବାର ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଜେଏସପିଏଲ ଫାଉଣ୍ଡେସନର କ୍ଷେତ୍ର କର୍ମଚାରୀ, ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି(ଓସାକସ) ଏବଂ ଉତ୍କଳ ସେବକ ସମାଜ ଦ୍ବାରା ମିଳିତ ସହଯୋଗରେ ଏଚଆଇଭି ଏଡସ ଭୂତାଣୁର ଭୟାବହତା ଏବଂ ଏଥିରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେ ନେଇ ଜନସାଧାରଣଙ୍କୁ ସଚେତନ କରାଇଯାଇଥିଲା। ଜେଏସପିଏଲର ଅନୁଗୁଳ ୟୁନିଟ ଏକ ଆଦର୍ଶ ନିଯୁକ୍ତିଦାତା ଭାବରେ ଏଚଆଇଭି ଏଡସର ନିୟନ୍ତ୍ରଣ ପାଇଁ ଜାତୀୟ ଏଡସ ନିୟନ୍ତ୍ରଣ ସମିତି(ନାକୋ) ସହ ଏମଓୟୁ ସ୍ଵାକ୍ଷର କରିଛି। ବର୍ତମାନ ସୁଦ୍ଧା ୪୦୩୮୯୪ ଜଣ ବ୍ୟକ୍ତି ବିଶେଷଙ୍କୁ ଏଚଆଇଭି କାଉନସେଲିଙ୍ଗ କରାଯିବା ସହିତ ୩୭୮୧୭୪ ଜଣଙ୍କୁ ଏଚଆଇଭି ପରୀକ୍ଷା କରାଯାଇଛି। ଏହି ଦିବସ ଅବସରରେ ସାମାଜିକ ଦାୟିତ୍ଵବୋଧ ବିଭାଗର ସ୍ବେଛାସେବୀ ସମସ୍ତ କର୍ମଚାରୀ, ଟ୍ରକ ଚାଳକ, କମ୍ପାନୀ ପରିସରର ସମସ୍ତ ଆଗନ୍ତୁକଙ୍କୁ ଲାଲ ରିବନ ବଣ୍ଟନ କରାଯାଇଥିଲା। ଏଥିସହ ଫାଉଣ୍ଡେସନ ପକ୍ଷରୁ ବ୍ୟାନର, ପୋଷ୍ଟର, ଲିଫଲେଟ, ପୁସ୍ତିକା ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଆଇସିଟିସି ସେଣ୍ଟର ସହାୟତାରେ ଡ୍ରାଇଭର ମାନଙ୍କ ନିମନ୍ତେ ଏକ ସ୍ଵତନ୍ତ୍ର କାଉନସେଲିଙ୍ଗ ଶିବିର ଆୟୋଜନ କରାଯାଇଥିଲା।