ମୁଖ୍ୟ ଖବର

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ

By Swagatika Samantray

February 06, 2025

ଅନୁଗୁଳ : ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନà ଅବସରରେ ଗୋଟିଏ ସପ୍ତାହ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଆଇସିଡିଏସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲିଙ୍ଗଗତ ସମାନତା ବିଷୟରେ ସଚେତନତା ସୃଷ୍ଟି କରିବା, ସମାଜରେ ଝିଅମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ଝିଅମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଅନୁଗୁଳ ଏଡିଏମ  ପତାପ ପ୍ରୀତିମୟ (ସାଧାରଣ) ଏବଂ ଏଡିଏମ ଉଦୟ ମହାପାତ୍ର (ରାଜସ୍ୱ) ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । 

ଏ ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓ.ପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ କହିଛନ୍ତି, କନ୍ୟା ସନ୍ତାନମାନଙ୍କୁ ସଶକ୍ତ କରିବା ହେଉଛି ଗୋଟିଏ ରାଷ୍ଟ୍ର ନିଜକୁ ସଶକ୍ତ କରିବାର ସର୍ବୋତ୍ତମ ଏବଂ ବୁଦ୍ଧିମାନ ବାଟ। ମହିଳା ସଶକ୍ତକରଣ ପାଇଁ ଆମର ବହୁମୁଖୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଝିଅମାନଙ୍କ ଶିକ୍ଷା, ସ୍ଥାୟୀ ଜୀବିକା ବିକଳ୍ପ ଏବଂ ସ୍ୱାସ୍ଥ୍ୟସେବା ପ୍ରୋତ୍ସାହନ ପାଇଁ ସହଭାଗୀ ହେବା ସହ ଭାରତର ବିକାଶ ପଥକୁ ଆହୁରୀ ବ୍ୟାପକ କରିବା ଦିଗରେ ଯୋଗଦାନ ଦେଇଆସିଛୁ ।