ଅନୁଗୁଳ: ଅନୁଗୁଳ ଜେଏସପିଏଲ କର୍ପୋରେଟ କମ୍ୟୁନିକେସନର ବରିଷ୍ଠ ଏଜିଏମ ଭାବେ କାର୍ଯ୍ୟରତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ ଘଟିଛି। ଜୟପୁର ସ୍ଥିତ ବାସ ଭବନରେ ଗତ ୨୫ ତାରିଖରେ ସୁଶାନ୍ତି ପଟ୍ଟନାୟକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।ଜଣେ ଧର୍ମପରାୟଣ ଓ ମେଳାପି ମହିଳା ଭାବେ ସେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ।ଜିନ୍ଦଲ ଏଜିଏମ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସହ ଭାଇ ସାମ୍ବାଦିକ ସତ୍ୟ ନାରାୟଣ ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ବୋହୂ,ନାତି ନାତୁଣୀ ପ୍ରମୁଖ ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।