ଅନ୍ୟାନ୍ୟ

ଜେଏସପି ପକ୍ଷରୁ ଓ.ପି ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥିରେ ରକ୍ତଦାନ ଶିବିର, ୭୫୧ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

April 02, 2025

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ଜେଏସପିର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥି ପାଳିତ ହୋଇଛି। ଏ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଶିବିରରେ ୭୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି।ଜିନ୍ଦଲ ନଗରର ଦେବଭୂମି ମନ୍ଦିରରେ ଅଖଣ୍ଡ ଶ୍ରୀରାମ ଚରିତ ମାନସ ପୂଜା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅନୁଗୁଳ ଶାଖା) ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଦାମୋଦର ମିତ୍ତଲ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଦିଲ୍ଲୀପ ସିହ୍ନାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ସେମାନଙ୍କ ପରିବାରର ସଦସ୍ୟ ଓ.ପି ଜିନ୍ଦଲ(ବାଉଜୀ)ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଏକ ମୁକ୍ତିରଥ (ଶବବାହକ ଯାନ) ଦାନ କରାଯାଇଛି। ଏହି ମୁକ୍ତିରଥ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ରହିବ ଏବଂ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରିବ।

ଏହା ସହିତ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସାମାଜିକ ସଂଗଠନଗୁଡ଼ିକୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଜେଏସପିର ଭୁବନେଶ୍ୱର କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ଶ୍ରୀ ଓ.ପି ଜିନ୍ଦଲଙ୍କ ୨୦ତମ ପୁଣ୍ୟତିଥି ପାଳନ କରାଯାଇଥିଲା। ଏ ଅବସରରେ ସଭାପତି ଏବଂ ଗୋଷ୍ଠୀ ସିଏସଆର ମୁଖ୍ୟ ପ୍ରଶାନ୍ତ ହେତା, ମେକ୍ ଇନ୍ ଇଣ୍ଡିଆ ଏବଂ ଶିଳ୍ପ ନେତୃତ୍ୱାଧୀନ ସାମାଜିକ ସମୃଦ୍ଧିର ମୂଳଦୁଆରେ ଓ.ପି ଜିନ୍ଦଲଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।