ମୁଖ୍ୟ ଖବର

ଆରପିଡିଏସି ବୈଠକ: ଜିନ୍ଦଲର ଥଇଥାନ ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବ

By Biswaranjan Pattnaik

November 21, 2024

ଅନୁଗୁଳ: ବୁଧବାର ଅପରାହ୍ନରେ ଉତ୍କଳ B1, B2 ଓ C ଖଣିର ୨ୟ ଏବଂ ଜିନ୍ଦଲ ଷ୍ଟିଲର ୭ମ ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି ( ଆର୍ ପି ଡି ଏ ସି) ବୈଠକ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍ ପି ଡି.ଏ.ସିର ଅଧ୍ୟକ୍ଷ ସଚିନ୍ ରାମଚନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିବା ବେଳେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ୧୩ଟି ବିଷୟରେ ଆଲୋଚନା ହୋଇଥିଲା। ଗତ ୨୮.୦୮.୨୦୨୩, ୦୨.୦୬.୨୦୨୩ ତାରିଖରେ ଉତ୍କଳ B1,B2 ଓ C ଖଣିର ଏବଂ ୦୨.୦୬.୨୦୧୫ ତାରିଖରେ ଜିନ୍ଦଲର ଆର ପି ଡି ଏ ସି ବୈଠକରେ ହୋଇଥିବା ନିଷ୍ପତ୍ତି ଓ କାର୍ଯ୍ୟକାରିତା ସମ୍ପର୍କରେ ସର୍ବପ୍ରଥମେ ଉପସ୍ଥିତ ସଭ୍ୟଙ୍କୁ ଅବଗତ କରାଯାଇଥିଲା। ବୈଠକରେ ଜେ ଏସ୍ ପି ଏଲ ଦ୍ବାରା ପରିଚାଳିତ ଉତ୍କଳ B1,B2 ଓ C ଖଣି ଅଂଚଳର ବିସ୍ଥାପିତ ରାଇଝରଣ, କଂଶଢିପ, ଗଳାଗାଡିଆ, ସିମିଳିସାହିର ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ଆଲୋଚନା ହୋଇଥିଲା। ସେହିପରି କେ ଏସ୍ ପି ଏଲ୍ ଦ୍ବାରା ବିସ୍ଥାପିତ ଜରଡା, ଜାମୁଣ୍ଡା, ସାନକେରେଜାଙ୍ଗ, ବଡକେରେଜାଙ୍ଗ ଗ୍ରାମର ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ଭୂଅର୍ଜନ ଅଧିକାରୀ ଜୟକୃଷ୍ଣ ପାତ୍ର, ଜେ ଏସ୍ ପି ଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମହ୍ଲାନ, ଉପାଧ୍ୟକ୍ଷ ଏସ୍ କେ ଶର୍ମା, ସି ଏସ୍ ଆର ମୁଖ୍ୟ ପ୍ରଶାନ୍ତ ହୋତା, ସୁଜିତ ପ୍ରଧାନ, ବିସ୍ଥାପିତ ଗ୍ରାମବାସୀଙ୍କ ପ୍ରତିନିଧି ସନ୍ତୋଷ ସାହୁ, ସୁଦର୍ଶନ ମହାପାତ୍ର, ରତ୍ନାକର ଦାସ, ମାୟାଧର ଦାସ, ଚିତ୍ତରଂଜନ ସାହୁ, ବଳରାମ ଗୋଛାୟତ, ପତିତପାବନ ଦେହୁରୀ, ଦିଲ୍ଲୀପ କୁମାର ସାହୁ, ସମୀର ପ୍ରଧାନ, ରାଇଝରଣ ସରପଞ୍ଚ ପ୍ରଶାନ୍ତ ସେଠୀ, ସମିତି ସଭ୍ୟ କ୍ରିଷ୍ଣା ଗୋଛାୟତ, ମାନବ ସେବା ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ଚିନ୍ମୟୀ ଦାସ, ସୃଜନ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ପୁଷ୍ପାଞ୍ଜଳି ବେହେରା, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଶିଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।