ମୁଖ୍ୟ ଖବର

ଝାମୁ ଯାତ୍ରା ଦେଖିବାକୁ ଯାଇଥିଲେ, ସକାଳୁ ଗାଁ ପିଣ୍ଡିରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

By Angul TV Bureau

April 15, 2022

ଅନୁଗୁଳ:  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଜଣଙ୍କୁ ହତ୍ୟା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗାଁର ସାଗର ପ୍ରଧାନ(୪୫)। ତାଙ୍କୁ ସେହି ଗାଁର ଗୋବିନ୍ଦ ସାଗରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଗୋବିନ୍ଦ ପ୍ରଧାନ ଫେରାର ଥିବା ଜଣାଯାଇଛି।

ସୂଚନା ମୁତାବକ, ସାଗର ଝାମୁ ଯାତ୍ରା ଦେଖିସାରି ଆସି ଗାଁ ମଣ୍ଡପରେ ଶୋଇଥିଲେ। କିନ୍ତୁ ଆଜି ସକାଳେ ସାଗରଙ୍କ ମୃତଦେହ ଗାଁ ପିଣ୍ଡି ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏ ନେଇ ଗାଁ ଲୋକେ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।

ପ୍ରକାଶ ଯେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋବିନ୍ଦ ଓ ସାଗରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଗଣ୍ଡଗୋଳ ଲାଗି ରହିଥିଲା। ଗତ ରାତିରେ ଗାଁ ମଣ୍ଡପରେ ସାଗର ଶୋଇଥିବା ଦେଖି ଗୋବିନ୍ଦ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।