ମୁଖ୍ୟ ଖବର

ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜିତ

By Angul TV Bureau

December 26, 2024

ଅନୁଗୁଳ: ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ଠାରେ, ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜଷ୍ଟିସ” କାର୍ଯ୍ୟକ୍ରମ ତରଫରୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଓ ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଯୋଗେଶ୍ୱରୀ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ସହକାରୀ ଶ୍ରମ ଅଧିକାରୀ ପଦ୍ମଜା ସାହୁ, ବରିଷ୍ଠ ସାମାଜିକ ଉପଦେଷ୍ଟା ବୀରେନ ନାୟକ ଓ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ଓ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଏ ଅବସରରେ ଅତିଥିମାନେ ଶିଶୁ ବିବାହ, ନିର୍ଯାତନା ଓ ଶୋଷଣ ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ।

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ମେହେର, ଜିଲ୍ଲା ବାଲ୍ୟ ବିବାହ ନିରୋଧ ଅଧିକାରୀ ସନ୍ତୋଷ ବେହେରା, ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଆଇନ ଉପଦେଷ୍ଟା ପ୍ରଦୀପ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପ୍ରମୁଖ ଶିଶୁ ବିବାହ, ନିର୍ଯାତନା ଓ ଚାଲାଣ କାରଣ, ନିରାକରଣ ଓ ଆଇନଗତ ଦିଗ ଉପରେ ଆଲୋକ ପାତ କରିଥିଲେ।

କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ସଦସ୍ୟା ଲିପି ପୁଷ୍ପା ବେହେରା ଓ ପୁଷ୍ପା ସାହୁ, ଓକିଲ ସିପ୍ରା ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରିତାଞ୍ଜଳୀ ପ୍ରଧାନ ଓ ଲିଲି ଦାସ ଙ୍କ ସମେତ ଜିଲ୍ଲା ର ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀ, ଗୋଷ୍ଠୀ ସମ୍ବଳ ବ୍ୟକ୍ତି, ସରପଞ୍ଚ, ୱାର୍ଡ ସଭ୍ୟ, ଚାଇଲଡ ହେଲ୍ପ ଲାଇନ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ ଯୁବ କେନ୍ଦ୍ର ସଂଯୋଜିକା ପୂଜା ସ୍ୱାଇଁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ ଯୁବ କେନ୍ଦ୍ରର କର୍ମୀ ଅଜୟ ଜଗଦଳା, ଜ୍ୟୋସ୍ମିତା ପ୍ରଧାନ, ଲକ୍ଷ୍ମୀ ବେହେରା, ଗିରିଜା ନନ୍ଦନ ସାହୁ ଓ ସୋନାଲିସା ଶବର ପ୍ରମୁଖ ସହଯୋଗ କରିଥିଲେ।