ଅନ୍ୟାନ୍ୟ

ସୁଭଦ୍ରାଙ୍କୁ ନ୍ୟାୟ ଦାବି: ଏସପିଙ୍କୁ ଭେଟିଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ

By Angul TV Bureau

May 17, 2025

ଅନୁଗୁଳ: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ କଣିହାଁ ଅଞ୍ଚଳର ସୁଭଦ୍ରା ପଦିଲୀଙ୍କ ପରିବାରଙ୍କୁ ନ୍ୟାୟ ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କୁ ଦାବି କରିଛନ୍ତି।

ଶୁକ୍ରବାର ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ଜୈନଙ୍କ ସହ ବିସ୍ତୃତ ଆଲୋଚନା ସହ ସୁଭଦ୍ରାଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନେଇ ଦାବି ଉପସ୍ଥାପନ ହୋଇଥିଲା। ପୁଲିସ ଟିମ୍ ଅନୁସନ୍ଧାନ ଓ ତଦନ୍ତ କାର୍ଯ୍ୟରେ ଯୋଡ଼ି ଅଛନ୍ତି ଏବଂ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିଲେ।