ଘଟଣା ଓ ଦୁର୍ଘଟଣା

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

By Swagatika Samantray

January 17, 2023

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା ଅପହରଣକରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ସୋମବାର ରାତିରେ ଜଣେ ନାବାଳକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତ ୨୯ ତାରିଖରେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣକରି ଜଣେ ୧୭ ବର୍ଷର ନାବାଳକ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି, ଏହାର ତଦନ୍ତକରି ଜାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ନାବାଳକଙ୍କୁ ସ୍ବଧାର ଗୃହକୁ ପଠାଯାଇଛି।