ମୁଖ୍ୟ ଖବର

ସାପ୍ତାହିକ ହାଟରେ ମାତିଛନ୍ତି ଅଣଓଡ଼ିଆ ନାବାଳକ ଲୁଟେରା

By Swagatika Samantray

October 19, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ କିଛିମାସ ହେବ ବିଭିନ୍ନ ସାପ୍ତାହିକ ହାଟରେ ଅଣଓଡ଼ିଆ ନାବାଳକ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ଲୁଟେରାମାନେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସାପ୍ତାହିକ ହାଟରେ ସଙ୍ଘବଦ୍ଧ ଭାବେ ପହଞ୍ଚି ଭିଡ଼ରେ ବ୍ୟସ୍ତ ଥିବା ଲୋକମାନଙ୍କ ଛାତିପକେଟରେ ଥିବା ମୋବାଇଲ ଫୋନ୍, ମନିପର୍ସକୁ ଲୁଟି ନେଇ ପଳାଉଛନ୍ତି। ଏମାନେ ସମସ୍ତୋ ନିଜକୁ ୧୬ ବର୍ଷର ବୋଲି ପୋଲିସକୁ କହୁଛନ୍ତି।

ସେମାନେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳର। ଗତ ୧ ମାସ ମଧ୍ୟରେ ଛେଣ୍ଡିପଦା, ବନ୍ତଳା, ହଣ୍ଡପା, ଠାକୁରଗଡ଼, ଖମାର ଥାନା ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟରେ ଲୁଟ ସମୟରେ ଲୋକାମାନେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ମଙ୍ଗଳବାର ବଅଁରପା ସାପ୍ତାହୀକ ହାଟରେ ମଧ୍ୟ ଗୋତମରା ଗାଁର ନରୋତ୍ତମ ସେଠୀଙ୍କ ପକେଟରୁ ୨ ହଜାର ୫ ଶହ ଟଙ୍କା ଲୁଟକରି ୧୬ ବର୍ଷର ୨ ଅଣଓଡ଼ିଆ ନାବାଳକ ପଳାଉଥିବା ବେଳେ ଲୋକମାନେ ସେମାନଙ୍କୁ ଧରି ମାଡ଼ମାରି ପୋଲିସକୁ ହସ୍ତାନର କରିଛନ୍ତି।

ଏହି ୨ ନାବାଳକଙ୍କ ଘଣ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବୋଲି ପୋଲିସ ଆଗରେ ସେମାନେ ପ୍ରକାଶ କରିଛନ୍ତି। କେମିତି ଏଠାକୁ ଆସିଛନ୍ତି। ସେମାନଙ୍କ ସହିତ କେତେଜଣ ଅଛନ୍ତି ଏ ନେଇ କୌଣସି ସୂଚନା ସେମାନେ ଦେଉନାହାଁନ୍ତି। ତେବେ ପୋଲିସ ଏ ନେଇ ଏକ ମାମଲା ରୁଜୁକରି ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି।