ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହାଟରେ ମୋବାଇଲ ଫୋନ୍ ଚୋରି କରୁଥିବା ନାବାଳକକୁ ଶୁକ୍ରବାର ଲୋକେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ, ମାମୁରିଆ ଗାଁର ରୋହିତ କୁମାର ସାହୁ ଆଜି ଛେଣ୍ଡିପଦା ହାଟକୁ ଆସିଥିଲେ। ହାଟରୁ କିଛି ଜିନିଷ କଣୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳର ଏରଗୁଲା ସମ୍ପ୍ରଦାୟର ଏକ ୧୭ ବର୍ଷର ନାବାଳକ ତାଙ୍କ ପକେଟରୁ ମୋବାଇଲ ଫୋନ୍ ଚୋରି କରିଥିଲା। ପାଖରେ ଥିବା ଲୋକମାନେ ଏହା ଦେଖି ନାବାଳକଙ୍କୁ କାବୁକରି ପୁଲିସକୁ ହସ୍ତାନ୍ତର କରିଥିଲେ। ଏ ନେଇ ଏକ ମାମଲା ରୁଜୁକରି ପୁଲିସ ଅଭିଯୁକ୍ତ ନାବାଳକଙ୍କୁ କୋର୍ଟ ଚାଲାଣ କରିଛି।