ପ୍ରତିଭା ଓ ବ୍ୟକ୍ତିତ୍ୱ

ପଦ୍ମଶ୍ରୀ ରାଧାମୋହନଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

By Biswaranjan Pattnaik

August 25, 2023

ଅନୁଗୁଳ: ସ୍ବର୍ଗତ ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ୧୧୨ ତମ ଜନ୍ମବାର୍ଷିକୀ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା କବିଙ୍କ ପ୍ରତିମୂର୍ତ୍ତି ଠାରେ ରାଧାମୋହନ ଗଡନାୟକ ସ୍ମୃତି ପରିଷଦ ଓ ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଶିଷ୍ଟ କବି ଶୈଳଜ ରବି, ଅବସରପ୍ରାପ୍ତ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାଶ,କୁଳମଣି ନାୟକ,ପଦ୍ମଶ୍ରୀ ରାଧାମୋହନଙ୍କ ପୌତ୍ର ପାବକ ଗଡନାୟକ ଓ ଆଲୋକ ଗଡନାୟକ,ସିଦ୍ଧାର୍ଥ ପ୍ରଧାନ, ସୂର୍ଯ୍ୟ ନାରାୟଣ ନାଥ,ନିରୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏଥିସହିତ ସ୍ମରଣୀକା “ଏକଚକ୍ର” ବଣ୍ଟନ କରାଯାଇଥିଲା। ବିଶିଷ୍ଟ କବି ରାଧାମୋହନ ଜଣେ ପ୍ରତିଭାବାନ କବି ଥିଲେ।ତାଙ୍କ ଲେଖା ଭିତରେ ଫୁଟି ଉଠିଥିଲା ବିପ୍ଳବର ବହ୍ନି। ତାଙ୍କ ଛନ୍ଦଯୁକ୍ତ କବିତା ଓଡ଼ିଆ ସାହିତ୍ୟର ଅନନ୍ୟ ସମ୍ପଦ। ଇତି ଅବସରରେ ରାଧାମୋହନ ଗଡନାୟକ ସ୍ମୃତି ପରିଷଦ ସଂଯୋଜକ ସୁଶାନ୍ତ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଶ୍ରୀ ଗଡନାୟକଙ୍କ କଲଣ୍ତପାଳ ସ୍ଥିତ ବାସଭବନ ପରିସରରେ ବୃକ୍ଷରୋପଣ କରାଯାଇଥିଲା।