ଅନୁଗୁଳ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ଏକ କବି ସମ୍ମିଳନୀ ଓ କବିତା ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ସମାବେଶ ଲକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ହିନ୍ଦୀ ସାହିତ୍ୟିକ ତଥା ବିଶିଷ୍ଟ ଅନୁବାଦକ ଦିନେଶ ମାଲି।
ଶ୍ରୀ ମାଲି ନିଜ ବକ୍ତବ୍ୟ ଲରେ ଭାରତୀୟ ସାହିତ୍ୟରେ ବସନ୍ତ ବର୍ଣ୍ଣନା ଉଲ୍ଲେଖ କରିବା ସହ ଏହି ଋତୁ କବିର କାବ୍ୟ ଚେତନାକୁ କିଭଳି ଉଜ୍ଜୀବିତ କରିଥାଏ ତାହା ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସମ୍ପାଦକ ନାରାୟଣ ନାୟକ ପରିଷଦର ବିଭିନ୍ନ କାର୍ଯ୍ୟାବଳୀ ଓ ଆଗାମୀ ସାହିତ୍ୟ ମେଳା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ବଡ଼ା ସଦାନନ୍ଦ ପରିଡ଼ା ମଞ୍ଚ ପରିଚାଳନାରେ ସହାୟତା କରିଥିବେ ବେଳେ ପରିଷଦର ଅନୁଗୁଳ ମୁଖ୍ୟ ରାମକୃଷ୍ଣ ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
କବୟିତ୍ରୀ ଦିପ୍ତିମୟୀ ବିଶ୍ଵାଳ,ଲତିକା ମହାପାତ୍ର ଏବଂ କବି ବୈରାଗୀ ମଲ୍ଲିକ ଲଙ୍କ ସଂଯୋଜନାରେ ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ “ଅପସୃତ ବସନ୍ତ” ଉପରେ କବିତା ପାଠ କରିଥିଲେ। ସଭାରେ ସଭାପତିତ୍ୱ କରୁଥିବା ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତନୁ କୁମାର ସର ଓଡ଼ିଆ ସାହିତ୍ୟରେ ବିଶେଷକରି ଉପେନ୍ଦ୍ର ଭଞ୍ଜ ଓ ଗଙ୍ଗାଧରଙ୍କ କବିତାରେ ବସନ୍ତ ବର୍ଣ୍ଣନା ଉପରେ ଆଲୋକପାତ କରିଥିଲେ।ବଶ୍ରୀ ସର କହିଲେ କି ଆମେ ଭାରତୀୟତା ଲକୁ କେବେହେଲେ ଭୁଲିବା ଉଚିତ୍ ନୁହେଁ। ବିଶ୍ଵରେ ଜଳବାୟୁ ପରିବର୍ତ୍ତନ ତଥା ସବୁଜ ଗ୍ୟାସ ର ପ୍ରଭାବରୁ ବସନ୍ତ ଋତୁ କିଭଳି ଆଉ ଅନୁଭୂତ ହେଉ ନାହିଁ ତାହା ବର୍ଣ୍ଣନା କରିଥିଲେ। ବିଶ୍ୱକୁ ରକ୍ଷା କରିବା ପାଇଁ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ଅଛି ବୋଲି ଶ୍ରୀ ସର କହିଥିଲେ। ଶେଷରେ ଅଧ୍ୟାପକ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।