ମୁଖ୍ୟ ଖବର

କାଳବୈଶାଖୀରେ ରେଳ ଧାରଣାରେ ଗଛ ପଡ଼ିବା ପରେ ମାଲିକଙ୍କ ଧାରଣା, ସମ୍ବଲପୁର-ତାଳଚେର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

By Angul TV Bureau

May 29, 2023

ଅନୁଗୁଳ: ଆଜି କାଳବୈଶାଖୀ ପ୍ରଭାବରେ ଅନୁଗୁଳ ସହର ନିକଟସ୍ଥ କରବେରଣୀ ଗ୍ରାମ ଦେଇ ଯାଇଥିବା ସମ୍ବଲପୁର-ତାଳଚେର ଜାତୀୟ ରେଳପଥରେ ଏକ ଗଛ ଉପୁଡ଼ି ପଡ଼ିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଗଛ ପଡ଼ିବା ପରେ ସେଠାରେ ଏକ ବିଚିତ୍ର ପରିସ୍ଥିତି ଉପୁଜିଥିଲା।

ସୂଚନା ମୁତାବକ, ହାଡିବନ୍ଧୁ ପ୍ରଧାନଙ୍କ ଏକ ସାଗୁଆନ ଗଛ କାଳ ବୈଶାଖୀ ପ୍ରଭାବରେ ରେଳପଥ ଉପରେ ଭାଙ୍ଗି ପଡି ଯାଇଥିଲା। ଏହାର ସୁଯୋଗ ନେଇ ହାଡିବନ୍ଧୁ ପ୍ରଧାନ ରେଳ ପଥକୁ ଅବରୋଧ କରିଥିଲେ। ତାଙ୍କ ଅଭିଯୋଗ ରହିଛି ଯେ, ସେ ଏହି ଜାଗା ଉପରେ ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ହେଲାଣି ରହୁଛନ୍ତି। ସେହିପରି ଏଠାରେ ଅନେକ ଦିନ ହେଲାଣି ରେଳପଥ ନିର୍ମାଣ ହେବା ସହ ଟ୍ରେନ ବି ଚଳାଚଳ କରୁଛି। କିନ୍ତୁ ଆଜି ଯାଏଁ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳିନାହିଁ। ଏଣୁ ଆଜି ସେ ଆଜି ଗଛ ପଡିବାର ସୁଯୋଗ ନେଇ ସେ ନିଜ ପ୍ରାପ୍ୟ ପାଇଁ ଜିଦ ଧରି ବସିଛନ୍ତି। ତାଙ୍କ ଜିଦି ପାଇଁ ଗଛ କାଟିବାକୁ ଆସିଥିବା ରେଳ କର୍ମଚାରୀ ଅନେକ ସମୟ ଧରି ଅପେକ୍ଷା କରି ରହିଥିଲେ। ପରେ ଆରପିଏଫ କର୍ମଚାରୀ ଆସି ତାଙ୍କୁ ବୁଝା ସୁଝା କରିବା ସହିତ ରେଳ ବିଭାଗ ର ଉପରିସ୍ଥ କର୍ମଚାରୀଙ୍କ ସହିତ କଥା କରାଇ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଧରଣାରୁ ଉଠିଥିଲେ। ଏହି ସମୟ ମଧ୍ୟରେ ପାଖାପାଖି ୪ ଘଣ୍ଟା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।