ଅନ୍ୟାନ୍ୟ

ଅନୁଗୁଳରେ ଜିଲ୍ଲାସ୍ତରୀୟ ବିଶ୍ବ କଳାମୋତିଆ ଦିବସ ପାଳିତ, ରୋଗ ଚିହ୍ନଟ କରି ଚିକିତ୍ସା କରିବା ଉପରେ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ଗୁରୁତ୍ୱ

By Angul TV Bureau

March 25, 2023

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ବ କଳାମୋତିଆ ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଦିଲ୍ଲୀପ କୁମାର ପଟ୍ଟନାୟକ ଯଥାଶୀଘ୍ର ଚିହ୍ନଟ ଓ ସଠିକ ଚିକିତ୍ସା କରିବା ଉପରେ ଗୁରୁତ୍ବ ଦେଇଥିଲେ। ଚକ୍ଷୁ ବିଶେଷଜ୍ଞ ଡା.ପରମେଶ୍ବର ଜେନା କଳାମୋତିଆ ରୋଗର କାରଣ, ନିରାକରଣ ଓ ଚିକିତ୍ସା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏ ଅବସରରେ ଏକ ରାଲି ମୁଖ୍ୟ ଚିକିତ୍ସାଳୟରୁ ବାହାରି ବଜାର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ଡା.ନୀଳମାଧବ ପ୍ରଧାନ, ଆଶା କର୍ମୀ, ନର୍ସିଂ ଛାତ୍ରୀ ଓ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇଥିଲେ।