ଅନ୍ୟାନ୍ୟ

ଭାରତ ବିକାଶ ପରିଷଦ ପକ୍ଷରୁ ବାଳ ସଂସ୍କାର ଶିବିର ଆୟୋଜିତ, ପିଲାଙ୍କୁ ଭଲ ମଣିଷ କରିବାକୁ ଲକ୍ଷ୍ୟ

By Angul TV Bureau

June 12, 2023

ଅନୁଗୁଳ: ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ଅନୁଗୁଳସ୍ଥିତ ଭାରତ ବିକାଶ ପରିଷଦ ତରଫରୁ ଦୁଇଦିନିଆ ଗ୍ରୀଷ୍ମ ଶିବିର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ନେତୃତ୍ୱରେ ଉଦଘାଟିତ ହୋଇଛି।

ଶିବିରରେ ପ୍ରତ୍ୟେକ ଦିନ ମଙ୍ଗଳାଚରଣ, ବନ୍ଦନା, ଗୀତା ପାଠ, ନୀତି ଶିକ୍ଷା, ମହାପୁରୁଷଙ୍କ ଜୀବନୀ ଉପରେ ଚର୍ଚ୍ଚା କରାଯାଉଛି। ପିଲାଙ୍କୁ ଭଲ ମଣିଷଟିଏ କରି ଗଢ଼ି ତୋଳିବା ଏହି ଶିବିରର ଲକ୍ଷ୍ୟ।

ଏ ଅବସରରେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଡା. ଉମେଶ ଚନ୍ଦ୍ର ଦାସ ପୁରସ୍କୃତ କରିଥିଲେ। ଶିବିରକୁ ମହିଳା ଓ ବାଳ ବିକାଶ ସଦସ୍ୟା ପ୍ରିୟମ୍ବଦା ପାଣି, ସ୍ମିତା ପଟ୍ଟନାୟକ, ଶକ୍ତି ସ୍ୱରୂପା, ସୁଜାତା ସାହୁ, ରୀନାରାଣୀ ସ୍ଵାଇଁ, ସବିତା ସାହୁ, ମମତାମୟୀ ପତି ପରିଚାଳନା କରିଥିଲେ । ସଦସ୍ୟ କ୍ଷୀରୋଦ ପ୍ରଧାନ, ମନ୍ମଥ ଦାଶ, ବିଜୟ ରାଉତ, ଦୁଃଖବନ୍ଧୁ ସାହୁ, ବିମଳ ପ୍ରସାଦ ପଟ୍ଟନାୟକ, ଅଭୟ ନାଏକ, ହୃଦାନନ୍ଦ ପଣ୍ଡା, ଚିତ୍ତରଞ୍ଜନ ଆଚାର୍ଯ୍ୟ, ଡଃ କୁଞ୍ଜ ବିହାରୀ ପ୍ରଧାନ, ସୁରେଶ ସାହା, ଡଃ ସିଦ୍ଧନାଥ ସାହୁ, ବଜରଙ୍ଗ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ସମ୍ପାଦକ ବିଜୟ କୁମାର ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ।