ଅନ୍ୟାନ୍ୟ

କାଳ ବୈଶାଖୀ : ସହରର ବିଦ୍ୟୁତ ସେବା ବ୍ୟାହତ

By Biswaranjan Pattnaik

June 14, 2022

ଅନୁଗୁଳ: ମଙ୍ଗଳବାର ଅପରାହ୍ନ ପ୍ରାୟ ଅଢେଇଟା ସମୟରେ କାଳ ବୈଶାଖୀ ଘୁର୍ଣ୍ଣି ଝଡ ହେତୁ ସହରର ଅନେକ କ୍ଷତି ଘଟିଛି। ସହରର ସିମିଳିପଡା,ବସଷ୍ଟାଣ୍ଡ ,ମିଶ୍ରପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ ଗଛ ଡାଳ ପଡି ଏଲଟି ଏବଂ ୧୧ କେଭି ତାର ଛିଡି ଯାଇଥିଲା। ଘୁର୍ଣ୍ଣି ଝଡ ଥମିବା ପରେ ଅଗ୍ନିଶମ, ପୌରପାଳିକା ଓ ଟାଟା ପାୱାର କର୍ମଚାରି ମାନେ ଜେସିବି ଓ ଡିଜେଲ କଟର ସାହାଯ୍ୟରେ ଗଛ ଡାଳ କାଟି ରାସ୍ତା ପରିସ୍କାର କରିଥିଲେ। ବର୍ତମାନ ସୁଦ୍ଧା ମରାମତି କାମ ଜାରି ରହିଛି।ବିଳମ୍ବିତ ରାତି ସୁଦ୍ଧା ମରାମତି କାମ ସରି ଯିବ ବୋଲି ଆଶା କରାଯାଉଛି। ଝଡ ବାତ୍ୟା ଯୋଗୁଁ ଅନେକ ବସ୍ତିର ଚାଳ ଛପର ଘର ଉଡି ଯାଇଥିବା ଜଣା ପଡ଼ିଛି।