କ୍ରୀଡ଼ା

କଳାହାଣ୍ଡି କପ୍ କ୍ରିକେଟ ଅନୁଗୁଳ କିଟ୍‌ ଏକାଦଶକୁ ହରାଇଲା

By Biswaranjan Pattnaik

April 12, 2024

ଅନୁଗୁଳ: ଆଜି କଳାହାଣ୍ଡି କପ୍‌ କ୍ରିକେଟର ଅନ୍ୟ ଏକ ମ୍ୟାଚ୍‌ରେ ଅନୁଗୁଳ କିଟ୍‌ ଏକାଦଶକୁ ଏକ ୱିକେଟ ରେ ପରାସ୍ତ କରିଚି। କିଟ୍‌ ଏକାଦଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୮୬ ରନ କରିଥିଲା। ଦଳ ପକ୍ଷରୁ ରାଜେଶ ସାହୁ ୧୦୩ ରନ କରିଥିଲେ।ଏହାର ଜବାବରେ‌ ଅନୁଗୁଳ ଏକାଦଶ ୪୬.୫ ଓଭରରେ ୯ ୱିକେଟ ହରାଇ ୨୮୭ କରି ନେଇଥଲା। ଅନୁଗୁଳର ଆୟୁଷ କୁମାର ବାରିକ ଦୁଇଟି ୱିକେଟ ନେବା ସହ ବହୁମୂଲ୍ୟ ୪୭ ରନ କରିଥିବାରୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ ।