କ୍ରୀଡ଼ା

କଳାହାଣ୍ଡି କପ୍ କ୍ରିକେଟ:ବୌଦ୍ଧକୁ ହରାଇଲା ଅନୁଗୁଳ

By Biswaranjan Pattnaik

April 13, 2024

ଅନୁଗୁଳ: ଆଜି କଳାହାଣ୍ଡି କପ୍ କ୍ରିକେଟର ଏକ ମ୍ୟାଚ୍ ରେ ଅନୁଗୁଳ ବୌଦ୍ଧ ଏକାଦଶକୁ ଏକ ତରଫା ପରାସ୍ତ କରିଛି। ଅନୁଗୁଳ ପ୍ରଥମେ ବ୍ୟାଟିଂ କରି ୪୪ ଓଭରରେ ସମସ୍ତ ୱିକେଟ ହରାଇ ୧୮୨ ରନ କରିଥିଲେ। ଏହାର ଜବାବରେ ବୌଦ୍ଧ ଏକାଦଶ ୨୬ ଓଭର ରେ ୯୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ।ଟୁକୁନା ସାହୁ ଅନୁଗୁଳ ପକ୍ଷରୁ ୬୮ ରନ ସହ ୪ ଟି ୱିକେଟ ନେଇଥିବାରୁ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।ଅନୁଗୁଳର ଏହା କ୍ରମାଗତ ତୃତୀୟ ବିଜୟ ।