କଳା ଓ ସଂସ୍କୃତି

୩୭ତମ ବୋଇତ ବନ୍ଦାଣ ଉତ୍ସବ – ୨୦୨୨

By Biswaranjan Pattnaik

November 07, 2022

ଅନୁଗୁଳ: ସ୍ଥାନୀୟ ସଭାଘର ପରିସରରେ କଳାକାର ଅନୁଷ୍ଠାନ ପକ୍ଷରୁ ୩୭ତମ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ବିଶିଷ୍ଟ ଲୋକକଳା ଶିଳ୍ପୀ ତ୍ରିପୁର କୁମାର ଜେନା ପ୍ରଦୀପ ଜାଳି ସମାରୋହର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା, ସାଧବ ପୁଅଙ୍କ ସାହସିକ ଜଳାଯାତ୍ରା ଓ ଓଡ଼ିଶାର ଲୋକକଳା ଉପରେ ଆଲୋକପାତ କରିଥିଲେ।

ସଭା ପ୍ରାରମ୍ଭରେ କଳାକାର ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯାଇଥିଲା।କଳାକାରଙ୍କ ବିୟୋଗରେ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଏହାପରେ ବୋଇତ ବନ୍ଦାଣ ନୃତ୍ୟନାଟିକା, କଳାକାର ସଙ୍ଗୀତ ପରିବେଷଣ କରଯାଇଥିଲା। ଅତିଥିମାନେ କଳାକାର ତ୍ରିପୁର ଜେନା ଓ ହାସ୍ୟ ଅଭିନେତା ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଜ୍ଞା ମଧ୍ୟନିଜ କମେଡି ମାଧ୍ୟମରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲେ।କଳାକାର ସଭାପତି ଭୁପେଶ ପ୍ରଧାନ, ସମ୍ପାଦକ ବିଭୁତି ମହାପାତ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବର୍ତନ ପରିବେଶଣ କରାଯାଇଥିଲା ।