ମୁଖ୍ୟ ଖବର

ଅନୁଗୁଳରେ ୪୦ତମ ‘କଳାକାର’ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

By Angul TV Bureau

October 11, 2025

ଅନୁଗୁଳ: ଅନୁଗୁଳର ପ୍ରମୁଖ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ସ୍ଥାନୀୟ ବାସନ୍ତୀଦୁର୍ଗା ମଣ୍ଡପଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷର ଆୟବ୍ୟୟ ହିସାବ, ନୂତନ କର୍ମକର୍ତ୍ତା ଚୟନ ଏବଂ ଆଗାମୀ ୪୦ତମ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।

ନୂତନ କର୍ମକର୍ତ୍ତା ଭାବେ ବୀରେନ୍ଦ୍ର କୁମାର ପ୍ରଧାନ (ସଭାପତି), ଜୟନ୍ତ କୁମାର କର (କାର୍ଯ୍ୟକାରୀ ସଭାପତି), ସଂଜୀବ କୁମାର ନାଥ (ଉପସଭାପତି), ବିଦେଶୀ ନାଏକ (ସାଧାରଣ ସଂପାଦକ), ଦିପାଁସୁ ବରାଳ (ଉପ ସଂପାଦକ), ଅନିତା ସିଂହ ଦେଓ (ସାଂସ୍କୃତିକ ସଂପାଦକ), ଶ୍ରଦ୍ଧା ସିଂହ (ସହ ସାଂସ୍କୃତିକ ସଂପାଦକ), ଅଜୟ କୁମାର ସାହୁ (ସେବା ସଂପାଦକ), ଅନିଲ କୁମାର ସ୍ୱାଇଁ (ସହ ସେବା ସଂପାଦକ), ନିରୋଦ କୁମାର ସାହୁ (ଲୋକସମ୍ପର୍କ ସଂପାଦକ), ସୁଜିତ କୁମାର ସାହୁ (ସହ ଲୋକସମ୍ପର୍କ ଅଧିକାରୀ), ରୁଚିର କୁମାର ବରାଳ (କୋଷାଧକ୍ଷ) ଏବଂ ଭୂପେଶ ଚନ୍ଦ୍ର ପ୍ରଧାନ (ମୁଖ୍ୟ ପରାମର୍ଶଦାତା) ମନୋନୀତ ହୋଇଛନ୍ତି।ଆସନ୍ତା ୨ ରୁ ୫ ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ସଭାଘରଠାରେ ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୪୦ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ଚିତ୍ରାଙ୍କନ, ରଙ୍ଗଭର, ଝୋଟି, ଏକକ ଓଡ଼ିଶୀ ନୃତ୍ୟ, ଏକକ ଲଘୁ ନୃତ୍ୟ, ଲଘୁ ଯନ୍ତ୍ରସଙ୍ଗୀତ (କି-ବୋର୍ଡ), ଶାସ୍ତ୍ରୀୟ ତାଳବାଦ୍ୟ (ତବଲା), ଦଳଗତ ଲୋକନୃତ୍ୟ ଓ ଲଘୁ କଣ୍ଠସଙ୍ଗୀତ ଆଦି ବିଭାଗରେ ପ୍ରତିଯୋଗିତା ହେବ।

୩ ରୁ ୨୧ ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ତିନିଦିନ ଧରି ପ୍ରତିଯୋଗିତା ପରେ ଶେଷ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ବୋଇତ ବନ୍ଦାଣ ନୃତ୍ୟ ନାଟିକା, ପୁରସ୍କାର ବିତରଣ ଓ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଏହାସହ ଏକ ସ୍ମରଣିକା ପ୍ରକାଶ ପାଇବ। ସଂଜୀବ କୁମାର ନାଥଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା।