ଅନୁଗୁଳ: ଅନୁଗୁଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଙ୍କୁ ଭାରତ ସରକାରଙ୍କ ର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ନୂତନ ଭାବେ ଏଭଳି ଏକ ଗୁରୁ ଦାୟିତ୍ୱ ମିଳି ଥିବା ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ। ଜାତୀୟ ଶିଳ୍ପ ନିଗମ କୁ ଓଡ଼ିଶା ରାଜ୍ୟ ପାଇଁ ଅଧିକ ଉପଯୋଗୀ କରିବା ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷ ରେ ଶ୍ରୀ ସାମଲଙ୍କ ଏହି ନୂଆ ନିଯୁକ୍ତି କୁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଶୁଭେଚ୍ଛା ଜଣାଇଛନ୍ତି।