ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାଟୋପା ବନାଞ୍ଚଳ ବାତ୍ରାଖୋଲ ଜଙ୍ଗଲରୁ ଶନିବାର ସକାଳେ ଏକ କଲରା ପତ୍ରିଆ ବାଘର ମୃତଦେହ ଠାବ କର।ଯାଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି ଏବଂ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ଲାଗି ବାଘର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ବାଘକୁ ସ୍ଥାନୀୟ ଅଞ୍ଚଳରେ ପେଣ୍ଡରା ବୋଲି ମଧ୍ୟ କହିଥାନ୍ତି। ଶିମିଳିପାଳ ବ୍ୟତୀତ କନ୍ଧମାଳ, ରାୟଗଡା ସୁନ୍ଦରଗଡ଼,ସାତ କୋଶିଆ ଅଭୟାରଣ୍ୟରେ ଏହି କଲରାପତ୍ରିଆ ବାଘ ଦେଖିବାକୁ ମିଳନ୍ତି।