ମୁଖ୍ୟ ଖବର

କାଳୀ ମନ୍ଦିରର ଦାନବାକ୍ସ ଲୁଟ ଘଟଣା: ସଠିକ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେଲେ ତୁକୁଡ଼ା ଗ୍ରାମବାସୀ

By Angul TV Bureau

March 18, 2024

ଅନୁଗୁଳ: ସ୍ଥାନୀୟ କାଳୀ ମନ୍ଦିରର ଦାନବାକ୍ସ ଲୁଟ ଘଟଣାର ତଦନ୍ତ ପାଇଁ ଆଜି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡା ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ତୁକୁଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରର ଦାନବାକ୍ସ ଭାଙ୍ଗି କେହି ସେଥିରୁ ଟଙ୍କା ଲୁଟ କରିନେଇଥିଲେ। ଏ ନେଇ ଗାଁ ଲୋକେ ଜରପଡା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପକ୍ଷରୁ ଠିକ୍ ଭାବରେ ତଦନ୍ତ ହୋଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଥିଲେ।

ଏ ଘଟଣା ବିଷୟରେ ଜରପଡ଼ା ଥାନା ଅଧିକାରୀଙ୍କୁ ପଚାରିବାରୁ ଗ୍ରାମ କମିଟି ପକ୍ଷରୁ ମନ୍ଦିରରୁ ଚୋରି ହେଇଛି ବୋଲି ଅଭିଯୋଗ ହୋଇଥିଲା। ତଦନ୍ତ କରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବେ ବି ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଥିଲେ।