ଅନୁଗୁଳ: ସ୍ଥାନୀୟ ଦଶହରା ପଡିଆ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସମେତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି। ଦୀପାବଳୀ ଅମାବାସ୍ୟା ଦିନ ଦେବୀଙ୍କ ପୂଜା ସନ୍ଧ୍ୟା ଆଠଟାରୁ ରାତି ବାରଟା ପର୍ଯ୍ୟନ୍ତ ନିତିକନ୍ତି ସହ ଅନୁଷ୍ଠିତ ହେବ। ଆସନ୍ତା ୧୫ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। କମିଟିର ନୂତନ କାର୍ଯ୍ୟକର୍ତ୍ତା ରୂପେ ସଭାପତି ଗୋପାଳକୃଷ୍ଣ ଦାସ,ସମ୍ପାଦକ ଜିତେନ୍ଦ୍ର ପଣ୍ଡା,ଉପ ସଭାପତି ରୂପେ ସୌମ୍ୟରଞ୍ଜନ ସାହୁ,ଓ ସୌମ୍ୟ ପ୍ରସାଦ ଦେବତା,ସହ ସମ୍ପାଦକ ଦୀପକ କୁମାର ସ୍ବାଇଁ,କୋଷାଧ୍ୟକ୍ଷ ଆକାଶ ମହାରଣା ସର୍ବ ସମ୍ମତିକ୍ରମେ ମନୋନୀତ ହୋଇଥିଲେ। ଉପଦେଷ୍ଟା ମଣ୍ଡଳୀରେ ସୁନିଲ କୁମାର ସାହୁ,ପବନ ମାଣ୍ଡୋଠିଆ,ଲଳିତ ମୋହନ ଦାସ,ସୁନିଲ ତୁଳସୀୟାନ ଓ ପ୍ରଦୀପ୍ତ କିଶୋର ଦେହୁରୀ ପ୍ରମୁଖ ମନୋନୀତ ହୋଇଥିଲେ।