ଅନ୍ୟାନ୍ୟ

ରକ୍ତ ଦାନ ଶିବିର, ୫୫ ୟୁନିଟ ରକ୍ତ ସଂଗୃହୀତ

By Biswaranjan Pattnaik

January 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହରିମହୁରି ଛକ ସ୍ଥିତ କଳିଙ୍ଗ କ୍ଲବ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି, ଶିବିରରେ ୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କ୍ଲବର କାର୍ଯ୍ୟକର୍ତ୍ତା ସୁଦିପ ମିଶ୍ର, ସୁବ୍ରତ ବେହେରା, ଅଶୋକ କୁମାର ସାହୁ, ଶଙ୍ଖାଳି ପ୍ରଧାନ, ସୁଶୀଲ ବାରିକ, ଜଳନ୍ଧର ଗଡ଼ନାୟକ, ଜିତେନ୍ଦ୍ର କୁମାର ପଣ୍ଡା, ପ୍ରକାଶ ପ୍ରଧାନ,ରାଜେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେହିପରି ଓମ୍ ପ୍ରକାଶ ଗୁପ୍ତା, ସୁରେଶ ବେହେରା, ଶ୍ରବଣ କୁମାର ସାହୁ, ଜିତେସ୍ କୁମାର, ରାହୁଲ ଜେନା, ବିକାଶ ଝୁନଝୁନବାଲା ପ୍ରମୁଖ ରକ୍ତ ଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମ୍ବିକା ପ୍ରସାଦ ଭଟ୍ଟ, ବଲବୀର୍ ସିଂହ, ପବନ କୁମାର ମାଣ୍ଡୋଠିଆ, ରଞ୍ଜିତ କୁମାର ମାଣ୍ଡୋଠିଆ ଯୋଗ ଦେଇଥିଲେ।