ଅନ୍ୟାନ୍ୟ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ କମଳାକାନ୍ତ ସାହୁ, ବିଜେପିରେ ଯୋଗ ଦେଲେ ବିଜେଡି ଯୁବ ନେତା ଯୋଗେଶ ପଟ୍ଟନାୟକ

By Angul TV Bureau

February 12, 2023

ଅନୁଗୁଳ: ଆଜି ଅପରାହ୍ନରେ ତୁବେ ପଞ୍ଚାୟତର ତୁବେ ଛକ ଠାରେ ଯୁବ ନେତା କମଳାକାନ୍ତ ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସମୟରେ ବିଜେପି ଗ୍ରାମ ସଭାପତି ବାଙ୍କନିଧି ସାହୁ, ଯୁବ ନେତା ସୌମ୍ୟରଞ୍ଜନ ସାହୁ, ମହେନ୍ଦ୍ର ବାରିକ, ଟୁନା ମହାରଣା, ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ବିଜେପି ସଂଗଠନ କିପରି ଦୃଢ଼ କରାଯିବ ସେ ନେଇ କେନ୍ଦ୍ର ମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବ ନେତା ଯୋଗେଶ ପଟ୍ଟନାୟକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।