ଅନ୍ୟାନ୍ୟ

ଦଣ୍ଡ ନୃତ୍ୟ ପ୍ରତିଯୋଗିତା, ଚାମ୍ପିୟନ କାଣ୍ଡସରକୁ ମିଳିଲା ବାଇକ

By Angul TV Bureau

June 08, 2022

ଅନୁଗୁଳ: ବଅଁରପାଳ ବ୍ଲକ ରାଣୀଗୋଡ ଗାଁରେ ଶୀତଳ ଷଷ୍ଠୀ ଉପଲକ୍ଷେ ଦଣ୍ଡ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାର ଫାଇନାଲ୍ କାଣ୍ଡସର ଓ ଗୋପୀନାଥପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାଣ୍ଡସର ବିଜୟୀ ହୋଇ ପୁରସ୍କାର ଭାବେ ବାଇକ ଜିତିଛି।

ପ୍ରତିଯୋଗିତାରେ ବିଚାରକ ଭାବେ ବିପିନ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ବରୁଣ କୁମାର ସାହୁ, ସାର୍ଥକ ନାୟକ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ଉପସଭାପତି ବାଉରୀ ବନ୍ଧୁ ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଦେହୁରୀ, ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର କାର୍ଯ୍ୟକାରୀ ସଭାପତି ପଦ୍ମ ଚରଣ ସାହୁ, ସମ୍ପାଦକ ବିନୟ ବେହେରା, ବାବୁଲାଲ ସାମଲ, ଅଭୟ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।