ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ନବଦୀପପୁର ପତ୍ର ଫଡିଠାରେ ଗୁରୁଜାଙ୍ଗ ପୁଞ୍ଜ ବାରପଟିଆ ଜମିଦାର କନ୍ଧ ସମାଜର ବାର୍ଷିକ ସଭା ଅନୁଷ୍ଠିତ ହୋଇଛି। ସମାଜର ସଭାପତି ଦିବାକର ପ୍ରଧାନ ଓ ସମ୍ପାଦକ ନିର୍ମଳ ପ୍ରଧାନଙ୍କ ନେତୃତ୍ୱରେ ପୂର୍ବାହ୍ନରେ ବସିଥିବା ଏହି ବୈଠକରେ ଆଖପାଖ ୧୫ଟି ଗ୍ରାମର ପ୍ରାୟ ୨୦୦ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ।ସଭାରେ ସମାଜର ସଂଗଠନକୁ ଅଧିକ ମଜବୁତ କରିବା ସହ ପାରମ୍ପରିକ ରୀତିନୀତି ବଜାୟ ରଖିବାକୁ ଆଲୋଚନା ହୋଇଥିଲା। ଏହାସହିତ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା, ସମାଜର ବିଭିନ୍ନ ବିବାଦର ସମାଧାନ ଏବଂ ସଭ୍ୟମାନଙ୍କ ମଧ୍ୟରେ ଋଣ କାରବାରର ପରିଶୋଧ ଓ ପୁନଃ ବଣ୍ଟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜର ବିକାଶ ଓ ଏକତା ରକ୍ଷା କରିବା ପାଇଁ ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ।