ମୁଖ୍ୟ ଖବର

ଋଣ ସୁଝି ପାରିଲେନି ବୋଲି ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁରେ ବୁଲାଇଲେ

By Angul TV Bureau

August 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଏକ ଗାଁରେ ଜଣେ ମହିଳା ଋଣ ଟଙ୍କା ସୁଝି ପାରିଲେନି ବୋଲି କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି। ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁ ଦାଣ୍ଡରେ ବୁଲାଇ ଅପମାନିତ କରାଯାଇଛି।

ସୂଚନା ଅନୁଯାୟୀ, ମହିଳା ଜଣକ ଗାଁ କମିଟିରୁ ୨ ହଜାର ଟଙ୍କା ଋଣ ନେଇଥିଲେ। ସମୟରେ ଟଙ୍କା ଫେରସ୍ତ କରିପାରିନଥିବାରୁ କମିଟିର ଅନ୍ୟ ମହିଳା ସଦସ୍ୟମାନେ ଏଭଳି ଅମାନବିକ କାର୍ଯ୍ୟ କରିଥିଲେ। ପୀଡ଼ିତା ୧୪ ତାରିଖରେ ହଣ୍ଡପା ଥାନାରେ ଅଭିଯୋଗ କଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହେଉଛି।

ଏହି ଘଟଣା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବା ପରେ ଏ ବିଷୟରେ ଜଣା ପଡ଼ିଛି। ଏନେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।