ଅନୁଗୋଳ: ରବିବାର ଅନୁଗୋଳ କଣିହାଁର ରେଙ୍ଗାଳି ଡାକବଙ୍ଗଳାଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ବିଧାୟକ ମୁକେଶ କୁମାର ପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବୁଥ୍ ସ୍ତରୀୟ ସଙ୍ଗଠନକୁ ସୁଦୃଢ଼ କରିବା ସହ SIR କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ୧୯ଟି ପଞ୍ଚାୟତର ସଭାପତି ଓ କର୍ମକର୍ତ୍ତାମାନେ ବୈଠକରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ, ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ଓ ପାଠ୍ୟପୁସ୍ତକ ଯୋଗାଣରେ ବିଳମ୍ବକୁ ବିରୋଧ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଆସନ୍ତା ୧୪ ଜୁଲାଇରେ ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭ ଓ ଧାରଣାରେ ପାଳଲହଡ଼ା ନିର୍ବାଚନମଣ୍ଡଳୀରୁ ଶତାଧିକ କର୍ମୀ ଯୋଗଦେବେ ବୋଲି ନିଷ୍ପତ୍ତି ନିଆଯାଇଛି। ବ୍ଲକ ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ଓ ବହୁ କର୍ମୀ ଉପସ୍ଥିତ ଥିଲେ।