ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଆଞ୍ଚଳିକ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ (ବିଜିଗୋଳ)ର ଏକ ବୈଠକ ଶନିବାର କାଣ୍ଡସର ସରକାରୀ ଉ. ପ୍ରା. ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପରିଷଦର ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପରିଷଦର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପଦ୍ମଚରଣ ମହାପାତ୍ର ଯୋଗ ଦେଇ ଥିଲେ। ପରିଷଦର ସାଧାରଣ ସଂପାଦକ ମୁନା ନାଏକ ସ୍ୱାଗତ ଜଣାଇ କାର୍ଯ୍ୟସୂଚୀ ଆରମ୍ଭ କରିଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ପରିଷଦର କଣିହାଁ ବ୍ଲକସ୍ତରୀୟ ବାର୍ଷିକ ମେଧାବୃତ୍ତି ପରୀକ୍ଷା ଆସନ୍ତା ଡିସେମ୍ବର ମାସ ୨୨ ତାରିଖ ରବିବାର ଦିନ ୪ଟି କେନ୍ଦ୍ର ଯଥା ମହେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟ, ସିପୁର, ସମଲ ବ୍ୟାରେଜ ସରକାରୀ ହାଇସ୍କୁଲ, ପବିତ୍ର ମୋହନ ସରକାରୀ ହାଇସ୍କୁଲ, କଣିହାଁ ଓ ସରକାରୀ ଉପ୍ରା ବିଦ୍ୟାଳୟ, ହାତିଆଦଣ୍ଡା ଠାରେ ଅନୁଷ୍ଠିତ ହେବ। ପରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ନେତାଜୀ ଜୟନ୍ତୀ ଅବସରରେ ୨୩ ଜାନୁୟାରୀ ୨୦୨୫ ଦିନ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଏହି ମେଧାବୃତ୍ତି ପରୀକ୍ଷାରେ ସରକାରୀ ବିଦ୍ୟାଳୟର ୭ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିପାରିବେ। ଡିସେମ୍ବର ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କ ତାଲିକାକୁ ହ୍ୱାଟ୍ସଆପ୍ ନଂ ୯୩୩୭୧୬୦୨୮୧ କିମ୍ବା ୯୯୩୭୪୨୯୪୫୬ ରେ ପଠାଇବାକୁ ପରିଷଦ ପକ୍ଷରୁ ସିଆରସିସି ଓ ପ୍ରଧାନ ଶିକ୍ଷକମାନଙ୍କୁ ନିବେଦନ କରାଯାଇଛି। ପରିଷଦର କୋଷାଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର ବାର୍ଷିକ ଆୟବ୍ୟୟର ହିସାବ ରଖିଥିଲେ। ପରିଷଦର ଉପସଭାପତି ସନ୍ତୋଷ କୁମାର ମହାପାତ୍ର ଧନ୍ଯବାଦ ପ୍ରଦାନ କରିଥିଲେ।
ବୈଠକରେ ପରିଷଦର ପବିତ୍ର ନଗର ଜୋନର ସଂପାଦକ ଋଷଭ କୁମାର ବେହେରା, ବଜ୍ରକୋଟ ଜୋନର ସଂପାଦକ ସନ୍ତୋଷ କୁମାର ମିଶ୍ର, ପ୍ରସନ୍ନ କୁମାର ପ୍ରଧାନ, ବିଶିକା ଗଡନାୟକ, ଜୟନ୍ତୀବାଳା ପ୍ରଧାନ, ବୀଣାପାଣି ସାହୁ, ଇପ୍ସିତା ପ୍ରଧାନ, ଅନସୂୟା ସାମଲ, ଜସ୍ମିତା ବେହେରା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।